ମୟୂରଭଞ୍ଜ: ବାରିପଦା ୱାର୍ଡ ନଂ ୨ ରେ ଜଳ ସଙ୍କଟ । ବର୍ଷେ ହେଲାଣି ପିଇବା ପାଣି ଲାଗି ଲୋକେ ହନ୍ତସନ୍ତ ହେଉଛନ୍ତି । ସ୍ଥାନୀୟ ଡି.ଆଇ. ଛକରୁ ବୁଢ଼ିଖମରି ପର୍ଯ୍ୟନ୍ତ ଲାଗିଥିବା ପାଇପ ଫାଟି ଯାଇଥିବାରୁ ପାନୀୟ ଜଳରେ ଡ୍ରେନ୍ ପାଣି ମିଶି ଯାଉଛି । ଏନେଇ ଅଭିଯୋଗ ପରେ ୪ ଥର ପାଣି ସାମ୍ପୁଲ୍ ଟେଷ୍ଟ ପାଇଁ ଗଲାଣି, ମାତ୍ର ପଦକ୍ଷେପ ଶୂନ୍ । ଏବେ ମରାମତି ପାଇଁ ୩ ଦିନ ହେବ ପାଣି ଆସୁନି । ଏନେଇ ବହୁ ଅଭିଯୋଗ ପରେ ଆଜି ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଘଟଣାସ୍ଥଳକୁ ଆସିଥିବାବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଦେଲେ ।
ଏପଟେ ଅସ୍ଥାୟୀ ଭାବରେ ପିଇବା ପାଣି ପାଇଁ ଟାଙ୍କି ଦେଲେ । ହେଲେ ସେଥିରୁ ମଧ୍ୟ ଦୂଷିତ ପାଣି ପୁରା ହଳଦିଆ ରଙ୍ଗର ବାହାରୁଛି ବୋଲି ଅଭିଯୋଗ କରିଛନ୍ତି । ବହୁ ଅଭିଯୋଗ ପରେ ଆଜି ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଘଟଣାସ୍ଥଳକୁ ଆସିବା ପରେ ଲୋକେ ଆଜି ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅଟକ ରଖିଦେଲେ । ହେଲେ ସେ କେବଳ ଅଭିଯୋଗ ଶୁଣି ଆସିଛନ୍ତି । ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ତେଣୁ କିଛି କହି ପାରିବେ ନାହିଁ ବୋଲି କହିଛନ୍ତି ।