ଗାଁର ସମସ୍ୟା ନେଇ ଧାରଣାରେ ବସିଲେ ଗ୍ରାମବାସୀ

ମାଲକାନଗିରି: ଗାଁର ସମସ୍ୟାକୁ ନେଇ ଧାରଣାରେ ଗ୍ରାମବାସୀ। ମାଲକାନଗିରି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନାଗଲୁର ଗ୍ରାମବାସୀ ବିଭିନ୍ନ ପ୍ରକାର ମୌଳିକ ସମସ୍ୟାରୁ ବଞ୍ଚିତ ହେଉଛନ୍ତି। ଗାଁରେ ଦୀର୍ଘଦିନ ହେଲା ରାସ୍ତାଟିଏ ନଥିବା ବେଳେ ଯାତାୟତ ପାଇଁ ଗ୍ରାମବାସୀ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି। ସେହିପରି ସ୍କୁଲଘର ଟିଏ ନଥିବାରୁ ପାଠପଢାରେ ମଧ୍ୟ ସମସ୍ୟା ଦେଖାଦେଉଛି । ଛାତ୍ରଛାତ୍ରୀ ପ୍ରାକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅଙ୍ଗନବାଡି କେନ୍ଦ୍ର ନେଇ ମଧ୍ୟ ଗାଁରେ ସମସ୍ୟା ଲାଗି ରହିଛି । ଏପରିକି ଗାଁର ରକୋଣ୍ଡାଦୋରା ସମ୍ପ୍ରଦାୟ ପରିବାର ଜଙ୍ଗଲ ଜମି ପଟ୍ଟା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି । ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଧାରଣା ଦେଇଛନ୍ତି।
Download Argus News App
