ଯନ୍ତ୍ରପାତିର ବହୁଳ ବ୍ୟବହାର ପାଇଁ ଏବେ ମୃତ୍ୟୁର ଦ୍ବାର ଦେଶରେ ପହଞ୍ଚିଛି ମଣିଷ ସମାଜ । ଜମିରେ ରାସାୟନିକ ସାର ପ୍ରୟୋଗ ପାଇଁ ମାଟି, ପାଣି, ପବନ ସବୁ କିଛି ବିଷାକ୍ତ ହେବାରେ ଲାଗିଛି । ଯାହା ଫଳରେ ବ୍ୟାପୁଛି ବିଭିନ୍ନ ମାରାତ୍ମକ ରୋଗ । ସେପଟେ ମାଟିର ଉର୍ବରତା ମଧ୍ୟ ନଷ୍ଟ ହେବାରେ ବସିଛି । ତେଣୁ ଅନେକ ସ୍ଥାନରେ ଆଧୁନିକ ପଦ୍ଧତି ବଦଳରେ ପୁଣି ପାରମ୍ପରିତ ଚାଷ ପଦ୍ଧତିକୁ ଫେରିଲେଣି ଚାଷୀ ।
ଆଧୁନିକତାର ଚାକଚକ୍ୟରେ ଇତିହାସ ହେବାକୁ ବସିଛି ଗ୍ରାମୀଣ ସଂସ୍କୃତି । ଏଭଳି ସ୍ଥିତିରେ ଆଧୁନିକତା ଓ ପାରମ୍ପରିକତା ମଧ୍ୟରେ ସମତୁଲ ରହିଲେ ହିଁ ମଣିଷ ସମାଜ ସୁସ୍ଥ ଓ ସୁଖୀ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।
ଓଡିଶା ଖବର ଆହୁରି ପଢନ୍ତୁ