ଅଭିଯୋଗ ଅନୁଯାୟୀ ଗ୍ରାମସଭାରେ ସରକାରୀ ନିୟମକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପୂର୍ବରୁ ମଧ୍ୟ ଗ୍ରାମସଭାରେ ନିୟମକୁ ଉଲଂଘନ କରାଯାଇ ହୋଇଥିବା ଗ୍ରାମସଭାକୁ ଲୋକେ ବିରୋଧ କରିବାସହ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କାର୍ଯ୍ୟନିର୍ବାହୀ ଅଧିକାରୀ ସରପଞ୍ଚ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।
ଗ୍ରାମସଭାରେ ସରକାରୀ ନିୟମକୁ ଉଲଂଘନ ଅଭିଯୋଗ

ଭଦ୍ରକ: ଗ୍ରାମସଭାରେ ସରକାରୀ ନିୟମକୁ ଉଲଂଘନ ଅଭିଯୋଗ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିଛି। ଆୟୋଜନ ହେବାକୁ ଥିବା ଗ୍ରାମସଭାରେ ଲୋକେ ମାନେ ତାଲା ପକାଇ ବା ସହ ଧାରଣା ରେ ବସିଛନ୍ତି।
Download Argus News App
