କହିଛନ୍ତି ସରକାରୀ ବିଦ୍ୟାଳୟରେ ତାଲା ପଡୁ ବୋଲି ଚାହୁଛନ୍ତି ସରକାର। ସରକାର ସମାଧାନ ଚାହୁନାହାନ୍ତି, ଏଥିପାଇଁ ସଂଘ ସହ ଆଲୋଚନା କରୁନାହାନ୍ତି । ଶିକ୍ଷକ ଧମକ ଦେଇଛନ୍ତି ରାଜ୍ୟ ତମାମ ଘର ଘର ବୁଲି ସରକାରଙ୍କ ଅନୀତି ଜଣାଇବେ, ନିର୍ବାଚନରେ ବିଜେଡିକୁ ଉଚିତ ଜବାବ ଦେବେ। ସେପଟେ ୭୫ ଦିନରେ ପହଞ୍ଚିଛି ବେସରକାରୀ ଅନୁଦାନ-ଅଣ ଅନୁଦାନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ମଚାରୀଙ୍କ ଧାରଣା। ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ, ୨୦୧୩ ନଭେମ୍ବର ୩୦ ପୂର୍ବରୁ ନିଯୁକ୍ତି ପାଇଥିବା ସଂସ୍କୃତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ ଆଦି ଦାବି ରହିଛି । ଆନ୍ଦୋଳନ ଅଢ଼େଇ ମାସ ହେଲାଣି, କିନ୍ତୁ ସରକାର ଶୁଣୁନାହାନ୍ତି। ଦାବି ପୂରଣ ସହ ଅନୁଦାନ ନ ମିଳିବା ଯାଏଁ ଅହୋରାତ୍ର ଧାରଣା ଜାରି ରହିବ ବୋଲି କହିଛି ସଂଘ। ସେପଟେ ୭ ଦଫା ଦାବି ନେଇ ବିଧାନସଭା ଆଗରେ ବିକ୍ଷୋଭ କରୁଛି କୃଷକ ସାଥୀ ସଂଘ। ରାଜ୍ୟର ୧୩,୬୦୦ କୃଷକ ସାଥୀ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାମ କରୁଛନ୍ତି, କିନ୍ତୁ ସର୍ବନିମ୍ନ ବେତନ ଓ ସାମାଜିକ ସୁରକ୍ଷା ଯୋଗାଇ ଦେଉନାହାନ୍ତି ସରକାର। ଏଥିସହ ରାଜ୍ୟ ସରକାର ଏନ୍ଜିଓ ନୀତି ବନ୍ଦ କରିବାକୁ ଦାବି କରିଛି ସଂଘ।
ଅଧିକ ପଢନ୍ତୁ ଓଡ଼ିଶା ଖବର