ଏହି ଘଟଣାରେ ବାଲିପାଟଣା ପୋଲିସ ଜଣଙ୍କୁ ଅଟକ ରଖିଛି । ପୁଣି ପଦାକୁ ଆସିଲା ବିଜେଡିର ଗୋଷ୍ଠୀକନ୍ଦଳ। ପୂର୍ବରୁ ମଧ୍ୟ ଏହିଭଳି ଘଟଣା ସାମ୍ନାକୁ ଆସିଛି । ଏହି ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ବାଲିଅନ୍ତା ଓ ବାଲିପାଟଣା ରେ ବିଧାୟକଙ୍କୁ ବିରୋଧ କରାଯାଉଛି । ବିଧାୟକ ହିସାବରେ ଅଞ୍ଚଳପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରୁନାହାନ୍ତି ।
କାମ ତ ଦୂରର କଥା ତାଙ୍କର ଦେଖା ମଧ୍ୟ ମିଳୁନାହିଁ ।ନିର୍ବାଚନ ପୂର୍ବରୁ ଏଭଳି ଗୋଷ୍ଠୀ କନ୍ଦଳ ନିହାତି ଭାବରେ ବିଜେଡି ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଧାୟକଙ୍କ କହିବା ଅନୁଯାୟୀ ଏମାନେ ଦଳୀୟ କର୍ମୀ ନୁହଁନ୍ତି।ଟିକେଟ ମଁ ମିଳିବାରୁ ଏପରି ହେଉଛନ୍ତି । ଔଷଧ ବିକଳରେ ତାଟିଆ କାମୁଡୁ ଛନ୍ତି। ଟିକେଟ ଏମାନଙ୍କ ଭାଗ୍ୟରେ ନାହିଁ।
ରାଜନୀତି ଖବର ଆହୁରି ପଢନ୍ତୁ ।