ଏହା ନେଇ ଶ୍ରଦ୍ଧାଞ୍ଜଳି ବୋର୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ଏହାକୁ ଏକ ଷ୍ଟେସନ ଡାଏରୀ କରିଥିଲା । ଶ୍ରଦ୍ଧାଞ୍ଜଳିର ପରିବାର ବର୍ଗ ଖୋଜା ଖୋଜି କରି କଣ୍ଟାବାଞ୍ଜିରୁ ଧରି ପୋଲିସର ଜିମା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଫାଣ୍ଡି ଭିତରେ ଫାଣ୍ଡି ଅଧିକାରୀ ନିଜେ ବସିଥିବା ବେଳେ ବିବାହ ବରଣ ମାଳା ଉଭୟେ ପିନ୍ଧାଉଥିବା ଭିଡିଓ ଭାଇରଲ ହେଇଛି ।
ଏନେଇ ବୋର୍ଡ଼ା ପୋଲିସ ଫାଣ୍ଡି ଅଧିକାରୀ ଟୁନା ସେଠୀ ଦୁହେଁ ବରଣ ମାଳା ପିନ୍ଧାଉ ଥିବା ଘଟଣାକୁ ସ୍ବୀକାର କରିଥିବା ବେଳେ ବିବାହଟି ଉଭୟ ପକ୍ଷ ସହମତିରେ ହୋଇଥିବା କଥା ପ୍ରକାଶ କରୁଛନ୍ତି, ବିବାହ ସମୟରେ ପ୍ରଥମ ସ୍ତ୍ରୀ ଓ ତାଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ପରବର୍ତ୍ତି ସମୟରେ ପ୍ରଥମ ସ୍ତ୍ରୀ ଫାଣ୍ଡି ବାବୁ ମୋ ସ୍ବାମୀକୁ ଆଉ କାହା ସହ ବିବାହ କରାଇ ଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।