ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚେସ ଆସୋସିଏଶନର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ସମେତ ବିଜେପି ନେତା ଡ଼. ପ୍ରଦୀପ ନାୟକ ଙ୍କ ସମେତ ଅନେକ ଅତିଥି ମାନେ ଯୋଗ ଦେଇଥିଲେ। ପ୍ରଥମେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ଦୀପ ପ୍ରଜ୍ୱଳନ କରିଥିଲେ। ସ୍ବର୍ଗତ ସେଠୀ କେବଳ ଜଣେ ରାଜନେତା ନ ଥିଲେ ସେ ଜଣେ ଏମିତି ମଣିଷ ଥିଲେ ଯିଏ ଖେଳାଳି ଓ ଖେଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରୁଥିଲେ। ପରେ 14 ଟି ଜିଲ୍ଲାରୁ ଆସିଥିବା ଖେଳାଳି ମାନେ ଏହି ଚେସ ଖେଳରେ ଭାଗ ନେଇଛନ୍ତି। ଦୁଇ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ଭଦ୍ରକ ଜିଲ୍ଲାରେ ଏହି ଖେଳ ଅନୁଷ୍ଠିତ ହେଉଥିବାରୁ ପ୍ରାଥୀ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି।
ବିଷ୍ଣୁ ସେଠୀ ମେମୋରିଆଲ ଓପନ ଚେସ ଚାମ୍ପିୟନଶିପ
ଅର୍ଗସ ବ୍ୟୁରୋ: ପ୍ରଥମଥର ବିଷ୍ଣୁ ସେଠୀ ମେମୋରିଆଲ ଓପେନ ଚେସ ଚାମ୍ପିୟନଶିପ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଚେସ ଟୁର୍ନାମେଣ୍ଟ ଦୁଇ ଦିନ ଧରି ଚାଲିବ। ଏହି ଟୁର୍ନାମେଣ୍ଟ ସ୍ଥାନୀୟ ନେହୁରୁଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚକୁ ଜିଲ୍ଲା ଚେସ ଆସୋସିଏଶନ ପକ୍ଷରୁ ଆୟୋଜନ କରାଯାଇଛି। ଏହି ଚେସ ଖେଳ ମାଧ୍ୟମରେ ଭଦ୍ରକ ଜିଲ୍ଲାର ପୁର ପଲ୍ଲୀରୁ ରହିଯାଉଥିବା ପ୍ରତିଭା ମାନଙ୍କୁ ଖୋଜି ଖୋଜି ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଖେଳିପାରିବେ ବୋଲି ଲକ୍ଷ୍ୟ ରଖାଯାଇ ଆୟୋଜନ କରାଯାଇଛି।
Download Argus News App
