
ଭୁବନେଶ୍ୱର: ଅ।ଜି କିଟ ତରଫରୁ 31ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ରାଜ୍ୟ ସ୍ତରୀୟ ଓ୍ବାକାଥନର ଆୟୋଜନ କରାଯାଇଛି । ଏହି ଓ୍ବାକାଥନ କିଟର କ୍ୟାମ୍ପସ ନମ୍ବର 6 ରୁ ବାହାରି ଚନ୍ଦ୍ରଶେଖରପୁର ସ୍ଥିତ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ପଡିଅ। ଠାରେ ସମାପ୍ତ ହେବ ।
ଏହି ଓ୍ବାକାଥନରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ନେତା ମନ୍ତ୍ରୀ, ଡିଜିପି, କମିଶନରେଟ ପୋଲିସ ଏବଂ ବିଭିନ୍ନ ଫିଲ୍ମ ତାରକା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମ 6 (11 ରୁ 17) ଦିନ ଧରି ଚାଲିବ । ବେପରୁଆ ଗାଡିଚଳନା, ସଡ଼କ ନିୟମ ଉଲ୍ଲଙ୍ଘନ ଏବଂ ସଡ଼କ ବ୍ୟବହାରକାରୀଙ୍କ ଅସବାଧନତା ଯୋଗୁଁ ଦୁର୍ଘଟଣା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।
