ଗାଁରେ ଏକ ନୂତନ ପ୍ରକଳ୍ପ ତିଆରି କରାଯାଉଥିବାବେଳେ ପୁରୁଣା ପାଇପ ଗୁଡିକ ବ୍ୟବହାର କରାଯାଉଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି । ଜଳ ସମସ୍ୟା ତୁରନ୍ତ ଦୂର କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ଗାଁରେ ବଢୁଛି ଜଳ କଷ୍ଟ । ପାନୀୟ ଜଳ ବ୍ୟବସ୍ଥା ପାଇଁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡୀୟ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ ।
ଗାଁରେ ଏକ ନୂତନ ପ୍ରକଳ୍ପ ତିଆରି କରାଯାଉଥିବାବେଳେ ପୁରୁଣା ପାଇପ ଗୁଡିକ ବ୍ୟବହାର କରାଯାଉଥିବାରୁ ଲୋକେ ଏହାକୁ ବିରୋଧ କରିଛନ୍ତି । ଜଳ ସମସ୍ୟା ତୁରନ୍ତ ଦୂର କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଆନ୍ଦୋଳନରତ ରେସଲରଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ୬ ଘଣ୍ଟାର ଆଲୋଚନାରେ ଧାର୍ଯ୍ୟ ହେଲା ତାରିଖ । ସେହିପରି ମନ୍ତ୍ରୀଙ୍କ ଆଗରେ କିଛି ଦାବି ରଖିଛନ୍ତି ରେସଲର୍ । ଜଣେ ମହିଳାଙ୍କ ନେତୃତ୍ବରେ ଇଣ୍ଟରନାଲ କମ୍ପ୍ଲେଣ୍ଟ କମଟିର ଗଠନ । ରେସଲରଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର ।
ଅଧିକ ପଢନ୍ତୁ ଭାରତ ଖବର
୩ ପାଳି ଧରି ସଭାପତି ପଦରେ ରହିଥିବା ବ୍ରିଜ ଭୂଷଣ ସିଂ ଏବଂ ତାଙ୍କ ସହଯୋଗୀଙ୍କୁ ପୁନଃ ନିର୍ବାଚିତ କରା ନଯାଉ । ୬ ଘଣ୍ଟା ଧରି ଆଲୋଚନାରେ କିଛି ଏଭଳି ଦାବି ରଖିଛନ୍ତି ଆନ୍ଦୋଳନରତ ରେସଲର୍ । ସେପଟେ ୧୫ ତାରିଖ ସୁଦ୍ଧା ତଦନ୍ତ ସରିବ ଏବଂ ଚାର୍ଜସିଟ୍ ଦାଖଲ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ । ଜୁନ ୩୦ ତାରିଖ ସୁଦ୍ଧା WFIରେ ନିର୍ବାଚନ ହେବ ଏବଂ ନୂଆ ସଭାପତି ଚୟନ କରାଯିବ ବୋଲି ମଧ୍ୟ ରେସଲରଙ୍କୁ ଆଶ୍ବାସନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ।
ଅର୍ଗସ ବ୍ୟୁରୋ : ଯାଜପୁରରେ ବଡ ଅଘଟଣ । ମାଲବାହୀ ଟ୍ରେନ୍ରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ଷ୍ଟେସନ୍ ଚୂନଭାଟି ପ୍ଲଟ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରବଳ ବର୍ଷା, ପବନ ଯୋଗୁଁ ଟ୍ରେନ୍ ବଗି ତଳେ ବସିଥିଲେ ଶ୍ରମିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଘଟଣାରେ ଶୋକ ପିରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଏହି ଅଭାବନୀୟ ଘଟଣାରେ ବ୍ୟକ୍ତିଙ୍କ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।