ସାମାନ୍ୟ ବର୍ଷାରେ ଉପଖଣ୍ଡ ଚିକିତ୍ସାଳୟର ମହିଳା ବିଭାଗ ୱାର୍ଡରେ ପାଣି ପଶିଥିଲା । ଫଳରେ ଉଭୟ ରୋଗୀ ଏବଂ କର୍ମଚାରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୱାର୍ଡ ଭିତରେ ବର୍ଷା ପାଣି ଜମି ରହିଥିବାରୁ ଡାକ୍ତର କିମ୍ବା ନର୍ସ ରୋଗୀଙ୍କ ପାଖକୁ ଯାଇ ପାରିନଥିଲେ । କି ରୋଗୀ ମାନେ କିମ୍ବା ତାଙ୍କର ସମ୍ପର୍କୀୟ ବେଡରୁ ତଳକୁ ଓହ୍ଲାଇ ନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି ।
ସାମାନ୍ୟ ବର୍ଷାରେ ମେଡିକାଲ ୱାର୍ଡ ଭିତରେ ପାଣି, ରୋଗୀ ହେଉଛନ୍ତି ହନ୍ତସନ୍ତ

କେନ୍ଦୁଝର: ସାମାନ୍ୟ ବର୍ଷାରେ ମେଡିକାଲ ୱାର୍ଡ ଭିତରେ ପାଣି । ଏ ହେଉଛି ମେଡିକାଲର ଦୃଶ୍ୟ। ଯେଉଁ ମେଡିକାଲରେ ସାମାନ୍ୟ ବର୍ଷା ହେଲେ ପାଣି ପସିଯାଉଛି, ସେଠି କେମିତି ରୋଗୀ ସେବା ହେବ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ । ଗତକାଲି ରାତିରେ ଆନନ୍ଦପୁର ଉପଖଣ୍ଡରେ ବର୍ଷା ହୋଇଥିଲା ।
Download Argus News App
