ତେବେ ରାଜନୈତିକ ଶତ୍ରୁତା ରଖି ଆଜି ଗାଁର ୱାର୍ଡମେମ୍ବର ସମେତ ସଭାପତି ଆସି ବୋରୱେଲକୁ ଶାବଳରେ ତାଡ଼ିଦେବା ସହ ବୋରୱେଲ ଭିତରେ ପଥର ଭର୍ତି କରିଦେଇଥିଲେ ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...
ଗଞ୍ଜାମ ଜିଲ୍ଲାରେ ପାଣି ପାଇଁ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

ଅର୍ଗସ ବ୍ୟୁରୋ : ପାଣି ପାଇଁ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଗଞ୍ଜାମ ଜିଲ୍ଲା ସୁବଳିଆ ପଞ୍ଚାୟତ ବାହାଡ଼ାପଲ୍ଲୀ ଗ୍ରାମରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ଗାଁର ତଳ ସାହିର ପ୍ରାୟ ୫୦ ପରିବାର ମୋଟର ଲଗାଇ ପାଣି ନେଉଥିବା ବେଳେ ଉପର ସାହି ଲୋକ ଏହାକୁ ବିରୋଧ କରିଥିଲେ । ଗାଁରେ ପିଇବା ପାଣି ପାଇଁ ସେମିତି କିଛି ସୁବିଧା ନଥିବା ବେଳେ ଏହି ଗୋଟିଏ ପରିତ୍ୟକ୍ତ ବୋରୱେଲ ଉପରେ ନିର୍ଭର କରି ଚଳୁଥିଲେ ତଳ ସାହି ଲୋକେ ।
Download Argus News App
