କେବଳ ବନ୍ଧୁଗାଁ ନୁହଁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରତଲପୁଟ ଗାଁରେ ମଧ୍ୟ ସମାନ ଅବସ୍ଥା। ପାଣି ପାଇଁ ଲୋକଙ୍କୁ ଯିବାକୁ ପଡ଼ୁଛି ମାଇଲ ମାଇଲ ବାଟ। ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ଭଙ୍ଗା ପଡ଼ିଛି। ତେଣୁ ପାଣି ପାଇଁ କୋଶ ଦୂର ଚାଲୁଛନ୍ତି ଗାଁର ମହିଳା । କାଖରେ ଛୋଟ ଛୁଆ ଓ ମୁଣ୍ଡରେ ଗରା। ମାଇଲ୍ ମାଇଲ୍ ଦୂର ଚାଲିବା ପରେ ଏକ ପୋଖରୀରୁ ପାଣି ବୋହି ଆଣିଲେ ମେଣ୍ଟେ ଶୋଷ ।
ସେହିପରି ଗଜପତି ଗୁମ୍ମା ବ୍ଲକ ଆଶ୍ରୟଗଡ ଗାଁର ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ। ପ୍ରଶାସନ ପକ୍ଷରୁ 2ଟି ପାଣି ଟାଙ୍କି ବସାଯାଇଛି। । ହେଲେ ଦୁର୍ଭାଗ୍ୟର କଥା କୌଣସି ଟାଙ୍କିରୁ ପାଣି ଆସୁନାହିଁ। ଗାଁରେ ଥିବା ଗୋଟିଏ କୂଅ ଖରାଦିନେ ଶୁଖିଯାଉଥିବାରୁ ଲୋକଙ୍କୁ ପାଣି ମିଳୁନାହିଁ । ଗାଁରେ ଥିବା ନଳକୂପରୁ ବାହାରୁଥିବା ପାଣି ଲୋକଙ୍କୁ ଯଥେଷ୍ଟ ହେଉନାହିଁ। ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।
ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋଟିଆକୁ ନେଇ ବିବାଦ ଥମି ନଥିବା ବେଳେ ସୀମାନ୍ତ ନିକଟବର୍ତ୍ତି ଗାଁ ମାନଙ୍କରେ ଲୋକଙ୍କ ଦୂରାବସ୍ଥା। ସମସ୍ୟା ଦୂର ପାଇଁ ପ୍ରୟାସ କରୁନି ପ୍ରଶାସନ। ଫଳରେ ଅନେକ ସମୟରେ ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ମୁହାଁ ହେଉଥିବା ଅଭିଯୋଗ ଆସିଛି ।