ପ୍ରାଥମିକ ଶିକ୍ଷା ଗ୍ରହଣ ପାଇଁ ବଣଜଙ୍ଗଲ ରାସ୍ତା ଦେଇ ୪ କିଲୋମିଟର ଦୂର ପାହାଡ ସେପଟେ ବିରିଦା ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହୋଇଥାନ୍ତି ପିଲା। ଗାଁକୁ ଏବେଯାଏଁ ବିଜୁଳି ସଂଯୋଗ ହୋଇନାହିଁ । ଗାଁ ମୁଣ୍ଡରୁ ହିଁ ବିଦ୍ୟୁତ ସଂଯୋଗ ସରିଛି । ଗାଁ ମୁଣ୍ଡ ଯାଏ ଖୁଣ୍ଟ ପୋତିବା ପରେ ଫେରି ଚାଲିଗଲା ଠିକା ସଂସ୍ଥା । ପ୍ରଧାନମନ୍ତ୍ରୀ ସ୍ବଚ୍ଛଭାରତ ମିଶନ ଏବଂ ସ୍ବଚ୍ଛତାର ବାର୍ତ୍ତା ପ୍ରଚାରିତ କରୁଥିବା ସହ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ଏବେ ଯାଏଁ ଗାଁରେ ଗୋଟିଏ ବି ଶୌଚାଳୟ ନାହିଁ ।
ଆଦିବାସୀ ଅଞ୍ଚଳରେ ବିକାଶର ଫମ୍ପା ମାଠିଆ ପିଟୁଥିବା ବେଳେ ତୃଣମୂଳ ସ୍ତରରେ ଆଦିବାସୀଙ୍କ ଜୀବନଶୈଳୀରେ କୌଣସି ସୁଧାର ଆସି ନାହିଁ । ଏବେ ବଡ ପ୍ରଶ୍ନ, କେନ୍ଦୁଝର ତେଲକୋଇର ଏହି ଗାଁକୁ କେବେ ବିଜୁଳି ସଂଯୋଗ କରିବ ପ୍ରଶାସନ ? ପାନୀୟ ଜଳ ଭଳି ମୌଳିକ ସୁବିଧା କେବେ ମିଳିବ ଗାଁ ଲୋକଙ୍କୁ ?