ବୈତରଣୀ ନଦୀରେ କ୍ରମାଗତ ଭାବେ ଜଳସ୍ତର ବଢୁଥିବା ବେଳେ ତଳିଆ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଭଣ୍ଡାରିପୋଖରୀ, ଧାମନଗର ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଥାଏ । ପ୍ରବଳ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ପାଣି ଜମିବା ସହ ଯଦି ବନ୍ୟା ଆସେ ତାହାଲେ ଲୋକଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯିବ ।
ଫୁଲୁଛି ବୈତରଣୀ, ୧୭.୯୩ ମିଟରରେ ଜଳ ପ୍ରବାହିତ
ଭଦ୍ରକ: ଫୁଲୁଛି ବୈତରଣୀର ଜଳସ୍ତର । ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ୧୭.୯୩ ମିଟରରେ ଜଳ ପ୍ରବାହିତ ହେଉଛି । ଗତକାଲି ରାତିରୁ ଜ଼ିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ଜ଼ିଲ୍ଲାର ବିଭିନ୍ନ ତଳି ଓ ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମିବା ସହ ଲୋକଙ୍କ ଘରେ ପାଣି ପଶିଛି ।
Download Argus News App
