ରାଜ୍ୟରେ ପ୍ରବଳ ଖରା ହେଉଥିବାବେଳେ ପାଣି ସମସ୍ୟା ସମସ୍ତଙ୍କୁ ଚକିତ କରିଛି । ଖରା ପ୍ରବଳ ହେଉଥିବାବେଳେ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରୁଛନ୍ତି । ତେବେ କେବେ ଏହି ସମସ୍ୟା ଦୂର ହେବ ତାହାକୁ ନେଇ ପ୍ରଶ୍ନ ଉଠୁଛି ।
ପାଣି ପାଇଁ ରଣକ୍ଷେତ୍ର ପାଲଟିଲା ଗାଁ, ବ୍ରାହ୍ମଣବସ୍ତ ଗାଁରେ ଉତ୍କଟ ହୋଇଛି ଜଳ ସମସ୍ୟା

କଟକ: ପାଣି ପାଇଁ ରଣକ୍ଷେତ୍ର ପାଲଟିଲା ଗାଁ । ଆଠଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗାଁରେ ଉତ୍କଟ ହୋଇଛି ଜଳ ସମସ୍ୟା । ଲୋକେ ପିଇବାକୁ ପାଣି ପାଉନଥିବା ବେଳେ ଗାଁକୁ ଆସୁଥିବା ପାଣିକୁ ସତ୍ୟାନନ୍ଦ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ନିଜ କୁକୁଡା ଫାର୍ମରେ ଲଗାଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଏହାକୁ ବିରୋଧ କରିବାରୁ କୁକୁଡା ଫାର୍ମ ମାଲିକ ସତ୍ୟାନନ୍ଦ ସ୍ୱାଇଁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଠଗଡ ବିଡିଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
Download Argus News App
