ଯେଉଁଠୁ ଏମାନେ ପାଣି ନେଉଛନ୍ତି ସେଠି ପଶୁ ପକ୍ଷୀ ବି ତାଙ୍କ ଶୋଷ ମେଣ୍ଟାଉଛନ୍ତି ।ରାଜ୍ୟ ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ସତ । ହେଲେ ବାସ୍ତବିକ ଅନେକ ସ୍ଥାନରେ ଫେଲ୍ ମାରିଛି ଯୋଜନା । ଲୋକଙ୍କୁ ଭୁଆଁ ବୁଲାଉଥିବା ସରକାର ଆଜି ବି ପାଣି ବୁନ୍ଦାଏ ଦେବାରେ ଅସମର୍ଥ ପାଲଟିଛି । ନିରୀହ ଆଦିବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ଆଦିବାସୀ ଭାଇ ଭଉଣୀଙ୍କ ଭୋଟ ହାତେଇ ବିଧାନସଭାକୁ ଛଅ ଛଅ ଥର ନିର୍ବାଚିତ ବରିଷ୍ଠ ନେତା ଅମର ଶତପଥୀ ଏହା ଦେଖୁଛନ୍ତି ନା ନାହିଁ ।
ଏ ତ ଥିଲା ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଚିତ୍ର । ଏବେ ଆସନ୍ତୁ ଦେଖିବା ବୌଦ୍ଧ ଜିଲ୍ଲାରେ କେମିତି ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲା ଖଲିଆପାଲି ପଞ୍ଚ।ୟତର 400ଟି ପରିବାରର 8 ହଜାରରୁ ଅଧିକ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଏଠି ପ୍ରକଳ୍ପ ଅଛି ପାଣି ନାହିଁ । ପାନୀୟ ଜଳ ଯୋଗାଣ ପାଇଁ ସରକାର ଗ୍ରାମୀଣ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଦିନଠାରୁ ତାହା କୋମାରେ ।
୨ଟି ନଳକୂପରୁ ଗୋଟିଏ ଅଚଳ, ଆଉ ଗୋଟିଏରେ ପାଣି ନିଅଂଟ ତା ସହିତ ସୋଲାର ପାଇପ ଜଳ ପକଳ୍ପରୁ କେତେବେଳେ ପାଣି ଆସୁଛି ତ ଆଉ କେତେବେଳେ ପାଣି ଆସୁନାହିଁ । ଫଳରେ ପାଣି ବାଲଟିଏ ପାଇଁ ଡହକବିକଳ ହେଉଛନ୍ତି ଲୋକେ । ମାଇଲ୍ ମାଇଲ୍ ଦୂର ପାଣି ଆଣିବାକୁ ଯାଉଛନ୍ତି ଲୋକେ । ଉପାନ୍ତରୁ ଉପକୂଳ ସବୁଠି ପାଣି ଚିନ୍ତା । ଖରା ଦିନ ଆରମ୍ଭ ନ ହେଉଣୁ ସ୍ଥିତି ଏମିତି । ଆଗକୁ କିପରି ସ୍ଥିତି ଅସମ୍ଭାଳ ହେବ ତାହା ଏବେଠୁ ଆକଳନ କରିହେଉଛି । କିନ୍ତୁ ଏ ପ୍ରତି ଅଧିକାରୀଙ୍କ ନିଘା ନାହିଁ । ବାରମ୍ବାର ଅଭିଯୋଗ, ଦାବି ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: