ଟ୍ଵିଟ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ବିଜୁଳି କାଟକୁ ନେଇ ବାରମ୍ବାର ଚେତେଇ ଦେଲା ସତ୍ତ୍ଵେ ମଧ୍ୟ ରାଜ୍ୟ ସରକାରଙ୍କର ଏପରି ହେୟଜ୍ଞାନ ମନୋଭାବ କଣ ପାଇଁ ?
TPCODL ଏପରି ବାରମ୍ବାର ଅଘୋଷିତ ଓ ମନ ମୁତାବକ ବିଜୁଳି କାଟ କରିବା ରାଜ୍ୟ ସରକାରଙ୍କ ଇଙ୍ଗିତରେ ନା ଅଜାଣତରେ ବାରମ୍ବାର ପୁନରାବୃତ୍ତି ହେଉଛି?
ମୁଖ୍ୟତଃ ରାଜଧାନୀସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟ ତଥା ଆଖପାଖରେ ଆଜି ସକାଳ ସମୟ (୦୬.୦୫ ରୁ ୦୭.୪୫) ପାଖାପାଖି ଦୀର୍ଘ ୨ ଘଣ୍ଟା ଧରି ବିଜୁଳି କାଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।