2017ରେ ସରକାର ବିଧାନସଭାରେ କହିଥିଲେ ଅଲଗା ଜିଲ୍ଲା ଗଠନ ନେଇ କୌଣସି ଯୋଜନା ନାହିଁ । ବିଧାନସଭାରେ ଏଇ ପ୍ରସଙ୍ଗ ଉଠାଇଥିଲେ ସେତେବେଳେର ବିଜେପି ବିଧାୟକ ପ୍ରଦୀପ ପୁରୋହିତ । 2018ରେ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁଚିଠି ବି ଲେଖିଲେ । ହେଲେ ସରକାର ଚୁପ୍ ରହିଲେ । ନିର୍ବାଚନ ପୂର୍ବରୁ 2019ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲା କ୍ରିୟାନୁଷ୍ଠାନ କମିଟି, ମୁଖ୍ୟମନ୍ତ୍ରୀ ବି ପ୍ରତିଶ୍ରୁତି ଦେଲେ ହେଲେ ପାଳନ କଲେନାହିଁ ।
ଏବେ ପୁଣି ଉପନିର୍ବାଚନ ଆଗରୁ ବିଜେଡି ମୁଖିଆଙ୍କ ପ୍ରତାଶ୍ରୁତି । କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ପ୍ରତାରଣା ପାଲଟିଥିବାରୁ ଆଉ ଭରସା ନାହିଁ ପଦ୍ମପୁରବାସୀଙ୍କର ।
ରାଜନୀତି ଖବର ଆହୁରି ପଢନ୍ତୁ ।