ସେ ଆହୁରି କହିଛନ୍ତି ଯେ, ଯଦି ଭିଡକୁ ଯାଉଛନ୍ତି ମାସ୍କ ନିହାତି ପିନ୍ଧନ୍ତୁ। ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗ୍ରରୋଧରେ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସରକାର ସ୍ଥିତି ଉପରେ କଡା ନଜର ରଖିଛନ୍ତି।
ଭିଡକୁ ଯାଉଛନ୍ତି ଯଦି ମାସ୍କ ନିହାତି ପିନ୍ଧନ୍ତୁ - ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଅର୍ଗସ ବ୍ୟୁରୋ: ୫ଟି ରାଜ୍ୟରେ ବଢିଲାଣି କରୋନା ସଂକ୍ରମଣ। ତେଣୁ ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର। କଟକଣା ମଧ୍ୟ କଡାକଡି କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେ କହିଛନ୍ତି ଯେ, ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି। ଟେଷ୍ଟିଂ ଚାଲିଛି । ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ପଜିଟିଭ ବାହାରିଲେ ଟ୍ରାପ କରିବା। ଯଦି ପଜିଟିଭ ବଢେ ତାହାଲେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ଖୋଲାଯିବ। ଯଦି ଦରକାର ପଡେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯିବ।
ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଶ୍ରୀମନ୍ଦିର ପ୍ରଶାସନର ସମୟ ନିର୍ଘଣ୍ଟ ଜାରି

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ।ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି । ଦୀର୍ଘ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ଧାର୍ଯ୍ୟ ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି। ଏହାପରେ ସକାଳ ୯ଟାରୁ ୧୦.୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିହେବ। ବିଶେଷ ନୀତି ପାଇ
Download Argus News App
