ଅଧିକ ଓଡିଶା ନ୍ୟୁଜ ପଢନ୍ତୁ
କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ ଭାବେ ୧୬ ତାରିଖରୁ ୧୮ ତାରିଖ ଯାଏଁ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ଝଡ ବର୍ଷାର ସମ୍ଭାବନା ରହିଥିବା ବେଳେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୟଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।
ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର କଳାହାଣ୍ଡି ନୂଆପଡ଼ା ସୁନ୍ଦରଗଡ କେଡୁଝର ମୟୁରଭଞ୍ଜ ବାଲେଶ୍ୱର ଓ ଅନୁଗୁଳ । ଆସନ୍ତାକାଲି ୧୧ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ୧୪ ଓ ୧୫ ହାଲୁକା ବର୍ଷା । ୧୬ରୁ ବଢ଼ିବ ବର୍ଷାର ବିସ୍ତୃତି । ୧୮ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ । ୧୬ ରୁ ୧୮ ଯାଏଁ ୩୦ ଜିଲ୍ଲାକୁ ୟେଲୋ ୱାର୍ଣିଂ । ୧୬ ରୁ ୧୮ ତାରିଖରେ ବିଜୁଳି ଘଡଘଡି ସହ ପବନ ବର୍ଷା ନେଇ ଆଲର୍ଟ କରିଛି ପାଣଇପାଗ ବିଭାଗ ।