ଭୁବନେଶ୍ଵର : ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ଉପକୂଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବ। ତେବେ ଆଜି ନବରଙ୍ଗପୁର, ବାଲେଶ୍ଵର, କେନ୍ଦୁଝର, ବଲାଙ୍ଗିର, ଅନୁଗୁଳ, ନୂଆପଡ଼ା, ବାରିପଦା, ରାୟଗଡ଼ା, କନ୍ଧମାଳ, କୋରାପୁଟ, ଢେଙ୍କାନାଳର କିଛି ଅଞ୍ଚଳରେ କାଳବୈଶାଖୀ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଖୁବ୍ ଜୋରରେ ବିଜୁଳି ଘଡ଼ଘଡ଼ି ମାରିବ। ଏହା ସହ ଧୂଳି ଝଡ଼ ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
