ଭୁବନେଶ୍ୱର: ପାଣିପାଗ କେନ୍ଦ୍ରର ତାଜା ରିପୋର୍ଟ ଅନୁଯାୟୀ ଆଜି ସକାଳ ୧୦ଟା ୪୫ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ମାଲକାନଗିରି, ନୂଆପଡା, ବରଗଡ ଓ ବଲାଙ୍ଗିର ଆଦି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି ।
ଆହୁରି ମଧ୍ୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପାଗ ଶୁଖିଲା ରହିବାକୁ ଥିବା ବେଳେ ପୁଣି ୬ ତାରିଖ ବେଳକୁ ଓଡିଶାର କିଛି ସ୍ଥାନରେ ଝଡତୋଫାନ୍ ଆଶଙ୍କା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସ କହିଛନ୍ତି ଯେ ଆଗାମୀ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ଆଶଙ୍କା ନାହିଁ । ହେଲେ ସ୍ଥାନେସ୍ଥାନେ ଝଡବର୍ଷା ସମ୍ଭାବନା ରହିଛି ।