ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ୨୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୧ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି ହୋଇଛି ।
୧ ତାରିଖରେ ମଧ୍ୟ ମାତ୍ର ୫ ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେପଟେ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢ଼ିବାର ସମ୍ଭାବନା ରହିଛି । ବର୍ତ୍ତମାନ ୭ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଜଳସ୍ତର ରହିଛି ୬୨୯.୭୧ ଫୁଟ । ଆଗକୁ ଜଳସ୍ତର ବଢ଼ିଲେ ଅଧିକ ଗେଟ୍ ଖୋଲାଯାଇପାରେ ।