ସେପଟେ ଉପକୂଳ ଓଡିଶାରେ ସାମାନ୍ୟ ଅଧିକ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ କମ ରହିବ। ଖୋରଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ଜଗତସିଂହପୁର ମଲକନାଗିରି, ପୁରୀ, କୋରାପୁଟରେ ବର୍ଷର ପ୍ରଭାବ ରହିବ। ଏହା ସହ ଏହି ଜିଲା ଗୁଡିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଟାଙ୍ଗି ୭୪ ମିମି, ଭଦ୍ରକ ୫୫ ମିମି, କତିପଡା ୬୮ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ମଧ୍ୟ ମେଘୁଆ ପାଗ ରହିବ । ଅକ୍ଟୋବରରେ ଭଲ ବର୍ଷା ହୋଇଛି । ଚାଷ ପାଇଁ ଅନୁକୂଳ । ନିଆଣ୍ଟିଆ ବର୍ଷାର ପ୍ରଭାବ ନାହିଁ । ତେବେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆକାଶ ମେଘାଛନ ରହିବା ସହ ରାଜ୍ୟର ଅନେକ ଜିଲାରେ ବର୍ଷା ହେବ ।