ଅଧିକ ପଢନ୍ତୁ ଓଡ଼ିଶା ଖବର
ଦିନରେ ଖରା ଓ ଅପରାହ୍ନରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ଆସନ୍ତା ୨୪ ଘଣ୍ଟାରେ ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ ରେ ୪୦ ରୁ ୫୦ କିମି ବେଗରେ ଝଡ ପବନ ଓ ଘଡଘଡି ବିଜୁଳି ସହ ବର୍ଷା ହେବ । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ରାୟଗଡ଼ା, କୋରାପୁଟରେ ବି କାଳବୈଶାଖୀ ପ୍ରଭାବରେ ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଚି ।
ଆସନ୍ତା ୫ ଦିନ ଯାଏଁ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ଅଧିକ ରହିବ । ଏଣୁ ଆବଶ୍ୟକ ନଥିଲେ ଦିନ ୧୧ ଟା ରୁ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ପବନ ପ୍ରବେଶ କରୁଚି ଯାହା ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହେଉଚି । ସେପଟେ ମୌସୁମୀ କେରଳ ଚୁଇଁଥିବା ବେଳେ ରାଜ୍ୟକୁ ମୌସୁମୀ ପ୍ରବେଶ କରିବା ଯାଏଁ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ଆକଳନ ହୋଇଚି ।