ଆସ୍ତେ ଆସ୍ତେ ଦକ୍ଷିଣ ମୁହାଁ ହେଉଛି ମୌସୁମୀ ନିମ୍ନ ଚାପ-ରେଖା । ମୌସୁମୀ ନିମ୍ନ-ଚାପ ରେଖା ଆଜି ରାଜସ୍ଥାନର ଗଙ୍ଗାନଗରରୁ ବାହାରି ହିସାର, ହରଦୋଇ , ଗୋରଖପୁର, ପାଟନା, ଜାମସେଦପୁର, ପଶ୍ଚିମବଙ୍ଗର ଦିଘା ରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ଯାହା ପ୍ରଭାବ ରେ ଆଜି 4 ଟି ଜିଲ୍ଲା ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟରେ ପ୍ରବଳ ବର୍ଷା ପାଇଁ ଜାରି ହେଇଚି ୟେଲୋ ୱାର୍ଣ୍ଣି ।
୮ ତାରିଖ ରୁ ବର୍ଷାର ପରିମାଣ ବଢିବ । ୫ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳରେ ପ୍ରବଳ ବର୍ଷା ଜାରି ରହିବ । ୯ ତାରିଖରେ ୮ ଜିଲ୍ଲାକୁ ସତର୍କ କରିଚି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଘଡଘଡି ହେବା ନେଇ ପୂର୍ବାନୁମାନ କରିଚି କେନ୍ଦ୍ର । ଗତ 24 ଘଂଟାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦରେ 86.4 ମିମି, ସାମଖୁମୁଣ୍ଟାରେ 39.0 ମି ବର୍ଷା ରେକର୍ଡ ହୋଇଛି ।
ଜୁନ 1 ରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ 1006.7 ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୩ ପ୍ରତିଶତ ଅଧିକ ରହିଛି । ୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ଼ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ରେ ନିଅଣ୍ଟିଆ ବର୍ଷା ହୋଇଛି ।
ପାଣିପାଗ ଖବର ଆହୁରି ପଢ଼ନ୍ତୁ ।