ଅଧିକ ପଢନ୍ତୁ : ଆଜିଠୁ ୫ ଦିନ ବର୍ଷିବ ବର୍ଷା
ପବନର ବେଗ ଘଣ୍ଟା ପିଛା ୪୦ରୁ ୫୦ କିମି ବହିଛି । କିଛି ସ୍ଥାନରେ ଚାଳ, ଛପର ଉଡାଇ ନେଇଛି । ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଥିବା ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, କୋରାପୁଟ, ରାୟଗଡ଼ା, ଗଜପତି,ଗଞ୍ଜାମ,ନୟାଗଡ଼, ଖୋର୍ଦ୍ଧା,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,ଢେ଼ଙ୍କାନାଳ, କଂଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର,ନୂଆପଡ଼ା ।
ଅଧିକ ପଢନ୍ତୁ : ପ୍ରବଳ ବର୍ଷା, ରାସ୍ତା ଉପରେ ପଡିଛି ଅନେକ ଗଛ
ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୯.୨ ଡିଗ୍ରି ରେକର୍ଡ ହୋଇଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ସମୟରେ ସମ୍ବଲପୁର: ୩୯.୨ ଡ଼ିଗ୍ରି, ଝାରସୁଗୁଡାରେ ୩୮.୪ଡ଼ିଗ୍ରି, ହୀରାକୁଦରେ ୩୭.୪ଡ଼ିଗ୍ରି, ଚାନ୍ଦବାଲିରେ ୩୫.୬ ଡ଼ିଗ୍ରି, କେନ୍ଦୁଝରରେ ୩୫.୦ ଡ଼ିଗ୍ରି, ବାଲେଶ୍ୱରରେ ୩୫.୦ ଡ଼ିଗ୍ରି, ପୁରୀରେ ୩୩.୦ ଡ଼ିଗ୍ରି, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରି ଓ ଗୋପାଳପୁରରେ ୩୩.୪ ଡ଼ିଗ୍ରି ପାରା ଛୁଇଁଥିଲା ।