ଅଧିକ ପଢନ୍ତୁ : ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ ମିନିଟରେ ଝାରସୁଗୁଡାରେ ୪୦, ଚାନ୍ଦବାଲିରେ ୩୯.୨, ଭୁବନେଶ୍ୱରରେ ୩୬.୪, ବାଲେଶ୍ୱରରେ ୩୬.୦, ପୁରୀରେ ୩୪.୦, ଗୋପାଳପୁରରେ ୩୩.୨, ପାରାଦୀପରେ ୩୨.୮ ଓ କେନ୍ଦୁଝରରେ ୨୫.୨ ଡ଼ିଗ୍ରି ରେକର୍ଡ ହୋଇଛି । ଏହାସହ ଆଜି ରାଜ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ କିଛି ସ୍ଥାନରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୧୫ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରିକରଯାଇଛି । ଜିଲ୍ଲାଗୁଡ଼ିକ ହେଉଛି କଟକ , ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ଯାଜପୁର, ନୟାଗଡ ,ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ।
ଅନ୍ୟପଟେ ବାୟୁମଣ୍ଡଳରେ ୯ କିମି ପର୍ଯ୍ୟନ୍ତ ପୂର୍ବ ଉତ୍ତର ପ୍ରଦେଶ ଯାଏ ଏକ ଘୁର୍ଣ୍ଣିବଳୟର ପ୍ରବାହ ରହିଛି । ଏହାର ପ୍ରବାହରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ପୂର୍ବ ଆଣ୍ଡାମାନ ସମୁଦ୍ର ଓ ନିକୋବର ଆଇଲାଣ୍ଡ ରେ ୪୮ ଘଣ୍ଟା ମଧ୍ୟରେ ପ୍ରାକ ମୌସୁମୀ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।