ବିଶ୍ବ ଜଳବାୟୁ ପରିବର୍ତ୍ତନ କାରଣରୁ ଅହେତୁକ ଭାବେ ତାପମାତ୍ରାରେ ବୃଦ୍ଧି ଘଟୁଛି । ବ୍ୟାପକ କଳ କାରଖାନା ସାଙ୍ଗକୁ ଜଙ୍ଗଲ କ୍ଷୟ, ଯାନବାହନ ଚଳାଚଳ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ପାଇବା ସହ ତାପମାତ୍ରା ବୃଦ୍ଧି ହେଉଛି ।
ଆଧୁନିକତା ନାଁରେ ମଣିଷ ସମାଜ ପ୍ରକୃତିର ଛାତି ଚିରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ଭବିଷ୍ୟତରେ ଏହାର ଭୟଙ୍କର ପରିଣାମ ସାମ୍ନା କରିବାକୁ ଯାଉଛି । ଆଗାମୀ ଦିନରେ ବର୍ଷା, ଶୀତ ଋତୁ ଗାଏବ ହୋଇଯିବାର ଆଶଙ୍କା ଦେଖାଦେଉଥିବା ପରିବେଶବିତ୍ ଚେତାଇ ଦେଇଛନ୍ତି। ଜାନୁଆରୀ ଖରା ସୃଷ୍ଟି କରୁଛି ଏପ୍ରିଲ ମାସର ଭ୍ରମ । ଜାଡ଼ ଶୀତର କମ୍ପନ ବଦଳରେ ଜନସାଧାରଣଙ୍କୁ କଲବଲ କଲାଣି ଅଦିନିଆ ଝାଞ୍ଜି ପବନ ।