ସେହିପରି ରାୟଗଡା, ମାଲକାନଗିରି ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀରୁ ଉର୍ଦ୍ଧ୍ୱରେ ରହିଛି । ଆଜିଠୁ ପାଞ୍ଚ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ନାହିଁ । ପାଗ ପ୍ରାୟତଃ ଶୁଖିଲା ରହିବ । ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ, ରାଜ୍ୟରେ ଗତ କିଛି ଦିନ ହେବ ଯେଉଁଭଳି ଭାବରେ ଖରା ଦେଖିବାକୁ ମିଳିଥିଲା, ସେଥିରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ଲଗାତାର ରାଜଧାନୀ ଭୁବନେଶ୍ୱରରେ 40 ଡିଗ୍ରୀ ଉପରେ ରହୁଥିଲା ତାପମାତ୍ରା ।