ସେହିପରି ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି, କଟକରେ ୧୭.୦ ଡିଗ୍ରି ଓ ଭୁବନେଶ୍ବରରେ ୧୬.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ସମ୍ଭାବନା ନାହିଁ କିମ୍ବା ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ସେହିପରି, ଉପକୂଳ ଓଡ଼ିଶା ଯଥା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ଆସନ୍ତାକାଲି ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ।୧୭ ତାରିଖ ଆଡ଼କୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
କମୁଛି ଶୀତ, ବଢ଼ୁଛି କୁହୁଡି

ଅର୍ଗସ ବ୍ୟୁରୋ: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଛି ରାଜ୍ୟର ଅନେକ ଅଞ୍ଚଳ। ଏମିତି କି ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସକିଲ ହୋଇପଡ଼ିଛି। ଲୋକ ମର୍ଣ୍ଣିଂ ୱାକ କରିବା ସହ ଘରୁ ବାହାରକୁ ଯିବା ସମ୍ଭବ ହୋଇପାରୁନି। ସେହିପରି, ଶନିବାର ମଧ୍ୟରାତି ଓ ରବିବାର ସକାଳୁ ଦେଖିବାକୁ ମିଳିଥିଲା ଘନ କୁହୁଡ଼ି। ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ ୭.୫ ଡିଗ୍ରି ରେକର୍ଡ ହୋଇଥିଲା।
Download Argus News App
