ସୂଚନାନୁସାରେ, କେରଳ ଆକାଶ ଏବେ ମେଘାଚ୍ଛନ୍ନ ହେବାରେ ଲାଗିଛି। ଏଥିସହ ଦକ୍ଷିଣ ଆରବ ସାଗରର ଅଞ୍ଚଳରେ ପଶ୍ଚିମା ପବନ ଶକ୍ତିଶାଳୀ ହେବାରେ ଲାଗିଛି। ଉପଗ୍ରହ ଚିତ୍ରରୁ ଜଣାପଡ଼ୁଛି ଯେ କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଞ୍ଚଳର ଆକାଶରେ ମେଘ ଘନୀଭୂତ ହେଉଛି।
ଅନ୍ୟପଟେ ରଜ ଆଡ଼କୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏଥିସହ ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।