ତେବେ ଅବପାତ ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ରାୟଗଡ଼ାରେ ବର୍ଷା ସମ୍ଭାବନା ଥିବା ବେଳେ ୨୨ ତାରିଖ ଦିନ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଟ୍ୱିନ୍ ସିଟି ସମେତ ଉପକୂଳ ଓଡ଼ିଶାରେ କୋହଲା ପାଗ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ତଳ ମୁହାଁ ରହିଛି ପାରଦ । ୨୩ ତାରିଖ ବେଳକୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଆଭ୍ୟନ୍ତରିଣ ଓଡିଶାରେ ରାତ୍ରି ତାପମାତ୍ରା ୨ରୁ ୪ଡିଗ୍ରୀ କମ ରହିବ ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ସହରର ରାତ୍ରି ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି । ଜି. ଉଦୟଗିରିରେ ୮ ଡ଼ିଗ୍ରୀ, କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦ଡ଼ିଗ୍ରୀ, କୋରାପୁଟରେ ୧୦ ଡ଼ିଗ୍ରୀ, ଦେବଗଡରେ ୧୨.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।