ଅର୍ଗସ ବ୍ୟୁରୋ: ରାଜ୍ୟରେ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ବର୍ଷା ହେଉଥିବାବେଳେ କିଛି ସ୍ଥାନରେ କମ ବର୍ଷା ହେଉଛି। ଯାହାର ପ୍ରଭାବରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଉତ୍ତର ଓଡିଶା ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବେ ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଛି। ଏହାର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଉଛି। ଆଗାମୀ ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ପରେ ପାଗ ଶୁଖିଲା ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି। ରବିବାର ଓ ସୋମବାର ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ, ସୁନ୍ଦରଗଡ, ସମ୍ୱଲପୁର, ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି।
୨୬ ଓ ୨୭ ବର୍ଷା ଦମ୍ଭାବନା ନାହିଁ ଓ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଗାମୀ ଦୁଇ ଦିନ ସାମାନ୍ୟ ବର୍ଷା ହୋଇପାରେ। ଏହାପରେ ୫ ତାରିଖ ଯାଏ ବର୍ଷା ନାହିଁ ବୋଲି ସୋଆ ଜଳାବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି।