ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷର ତାତି ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ମାର୍ଚ ମାସରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଲା ଓଡିଶାର ଟିଟିଲାଗଡ଼ । ଏପ୍ରିଲରେ ଆହୁରି ଜଳିବ ପଶ୍ଚିମ ଓଡ଼ିଶା । ଆଗାମୀ ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳିଛି । ତେବେ କାଳବୈଖାଖୀ ପାଇଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ଆସ୍ବସ୍ତି ମିଳିପାରେ ।