ଅପରପକ୍ଷେ, ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାତି ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଝାରସୁଗୁଡ଼ାରେ ୩୬.୮ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ ଭଦ୍ରକରେ ୩୬.୨ଡିଗ୍ରୀ ସେଲସିୟସ୍, ରାୟଗଡ଼ା, ବୌଦ୍ଧ ଓ ତାଳଚେରରେ ୩୬ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିଲା । ଧିରେ ଧିରେ ରାଜ୍ୟରେ ଖରା ବଢ଼ୁଥିବାରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହେଲାଣି। ଚଳିତ ବର୍ଷ ଅଧିକ ଖରା ଅନୁଭୂତ ହୋଇପାରେ ବୋଲି କୁହାଯାଉଛି।
କମିଲା ଶୀତ, ଆରମ୍ଭ ହେଲା ଖରା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଧିରେ ଧିରେ ଶୀତ କମୁଛି। ଖରା ଆରମ୍ଭ ହୋଇଗଲାଣି। ଦିନ ସାରା ଗୁଳୁଗୁଳି ହେଲାଣି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୪-୫ଦିନ ପର୍ଯ୍ୟନ୍ତ ରାତି କିମ୍ବା ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି ।
Download Argus News App
