ଏପ୍ରିଲ ଓ ମେ ମାସରେ ଏଠାରେ ତାପମାତ୍ରା ୫୦ ଡିଗ୍ରୀ ପହଞ୍ଚି ଯାଉଥିଲା । ଦିନେ ଦିନେ ତତଲା ତାୱାରେ ଭାଜିହେଉଥିଲେ ସହର ବାସୀ । ସକାଳ ୮ଟାରୁ ବାହାରିବା କଷ୍ଟକର ହୋଇପଡୁଥିଲା । ମାତ୍ର ଏବେ ବଲାଙ୍ଗୀର, ସୋନପୁର,ଝାରସୁଗୁଡା ତତଲା ସହର ପାଲଟିଛି ।
କେଉଁ ଦିନ ଝାରସୁଗୁଡା ଉତ୍ତପ୍ତ ସହର ପାଲଟୁଛି ତ ଆଉ କେଉଁ ଦିନ ସୋନପୁର । ସୋନପୁର ପୁଣି ଆଜି ସହରର ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୪୪ ଡିଗ୍ରୀ ରହିଛ । ୧୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ ମାଟିରେ ଆଦ୍ରତା ନଥିବାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ତାତୁଛି । ବହୁଦିନ ହେଲା ଉକ୍ତ ଜିଲ୍ଲା ଗୁଡିକରେ ବର୍ଷା ହୋଇ ନଥିବାରୁ ଅଳ୍ପ ଟିକିଏ ଖରା ହେଲେ ତାପମାତ୍ରା ବଢିଯାଉଛି ।
ସୋନପୁର ଝାରସୁଗୁଡା ପରି ସହରେରେ ଜଙ୍ଗଲ ପରିମାଣ କମିଯାଉଛି । ଗଛ ନଥିବାରୁ ସୂର୍ଯକିରଣ ବାୟୁମଣ୍ଡଳକୁ ପ୍ରତିଫଳିତ ହେବା ସହ ଗରମ ଅନୁଭୂତ ହେଉଛି । ଏପ୍ରିଲ ୨୭ଓ ୨୮ ବେଳକୁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।