ଅର୍ଗସ ବ୍ୟୁରୋ: ରାଜ୍ୟରେ ବର୍ଷା ଜାରି ରହିଛି। କିଛି କିଛି ସ୍ଥାନରେ ଅଧିକ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ଅଳ୍ପ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ବର୍ଷା ଆଗାମୀ ୪ ଦିନ ଯାଏଁ ଲାଗି ରହିବ ବୋଲି ସୂଚନା ମିଳିଛି।ପୂର୍ବ ଝାଡ଼ଖଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ଆହୁରି ପ୍ରଭାବୀ ହେବ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।
ବୁଧବାର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୪ ଜିଲ୍ଲାରେ ଅତି ନିଅଣ୍ଟିଆ (-୯୯%ରୁ-୬୦%) କମ୍ ବର୍ଷା ରେକର୍ଡ ହୋଇଛି । ଅନୁଗୁଳରେ ମାତ୍ର ୦.୧ ମିଲିମିଟର, କଟକରେ ୦.୨, ଗଞ୍ଜାମରେ ୦.୩, କଳାହାଣ୍ଡିରେ ୦.୮, ନବରଙ୍ଗପୁରରେ ୧.୧, ସମ୍ବଲପୁରରେ ୧.୫, କେନ୍ଦ୍ରାପଡ଼ାରେ ୧.୧, ସୁନ୍ଦରଗଡ଼ରେ ୧.୩, ରାୟଗଡ଼ାରେ ୧.୭, ଓ ଗଜପତିରେ ୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।