କେବଳ କୋରାପୁଟ, ମାଲକାନଗିରି ଓ ନୂଆପଡ଼ାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବୃଷ୍ଟିପାତ ହୋଇଛି । ଆଗାମୀ ୨ ଦିନ ଯାଏ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆଜି ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ମୁଖ୍ୟତଃ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର,ଭଦ୍ରକ ଓ କେନ୍ଦ୍ରାପଡ଼ଶ ଜିଲ୍ଲାରେ ଅଧିକ ପରିମାଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଭୁବନେଶ୍ବରର କିଛି ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ, ସାମାନ୍ୟ ଆଶ୍ୱସ୍ତି ଦେଇଛି କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ଥିବା ବେଳେ ସାମାନ୍ୟ ଆଶ୍ୱସ୍ତି ଦେଇଛି କାଳବୈଶାଖୀ । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । ଜୁନ ୧ରୁ ଅଗଷ୍ଟ ୨୫ ମଧ୍ୟରେ ରାଜ୍ୟରେ ୫୯୮.୬ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ ।
Download Argus News App
