ଆଗାମୀ 3ଦିନ ଯାଏ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ। ଜାନୁଆରୀ 16ରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ସହିତ ତାପମାତ୍ର ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 16ରୁ ରାତ୍ରିକାଳୀନ ତାପମାତ୍ରାରେ 3ରୁ 4ଡିଗ୍ରୀ ବୃଦ୍ଧି ହେବ, ଫଳରେ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଗତ 24 ଘଣ୍ଟା ମଧ୍ୟରେ ପୁଲବାଣୀରେ ରାତ୍ରିକାଳୀନ ତାପମାତ୍ରା ସର୍ବନିମ୍ନ 8ଡିଗ୍ରୀକୁ ଖସି ଆସିଥିବା ବେଳେ ଦାରିଙ୍ଗବାଡିରେ 9, ଝାରସୁଗୁଡାରେ 9.6, କେନ୍ଦୁଝରରେ 10.4ଡିଗ୍ରୀ ରେର୍କଡ କରାଯାଇଛି। ସେହିପରି ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି।