ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିଲେ ଭିଡ଼ ଓ ଶ୍ରଦ୍ଧାଳୁ । ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ସୁରୁଖୁରୁରେ ଦର୍ଶନ ପାଇଁ ମଧ୍ୟ ହୋଇଥିଲା ସମସ୍ତ ବନ୍ଦୋବସ୍ତ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ ମନାସିଛନ୍ତି । ରାଜ୍ୟ କିଭଳି ପ୍ରଗତି ପଥରେ ଆଗେଇ ଚାଲୁ ସେଇ ପ୍ରାର୍ଥନା କାଟିଛନ୍ତି । ଓଡ଼ିଶାବାସୀଙ୍କ ସେବା କରିବାକୁ ସଙ୍କଳ୍ପବଦ୍ଧ ଥିବା କହିଛନ୍ତି ସମୀର ମହାନ୍ତି ।
ନୂଆ ବର୍ଷ ପାଇଁ ସିନେମା ହଲ୍, ସପିଂ ମଲ୍, ପର୍ୟ୍ୟଟନ ସ୍ଥଳୀରେ ମଧ୍ୟ ଜମିଥିଲା ଭିଡ଼ । ଖଣ୍ଡଗିରି, ଉଦୟଗିରି ସାଙ୍ଗକୁ ଧଉଳି ବୁଲି ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇଛନ୍ତି ଲୋକେ । ପ୍ରାକୃତିକ ପରିବେଶକୁ ଉପଭୋଗ ସହ ଭୋଜିଭାତ କରି ନୂତନ ବର୍ଷକୁ ସ୍ବାଗତ ଜଣାଇଛନ୍ତି ରାଜଧାନୀବାସୀ । ୨ ବର୍ଷର କଟକଣା ପରେ ଚଳିତ ବର୍ଷ ନୂଆବର୍ଷକୁ ମନ ଭରି ଉପଭୋଗ କରିଛନ୍ତି ରାଜଧାନୀବାସୀ । ତେବେ ୨୦୨୩ ସଭିଙ୍କ ଜୀବନରେ ନୂଆ ଆଶା ଓ ଖୁସି ଭରିଦେଉ ଏନେଇ ଅର୍ଗସ ପକ୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ କାମନା ।