ମୁଖ୍ୟ ଅତିଥି ଭାବେ କଲେଜର ଓଡ଼ିଆ ଅଧ୍ୟାପକ ଲକ୍ଷ୍ମଣ କୁମାର ଶତପଥୀ, ମୁଖ୍ୟବକ୍ତା ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମଣ୍ଡଳ, ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ନିରଞ୍ଜନ ପଣ୍ଡା,ଇଂରାଜୀ ଅଧ୍ୟାପକ ବନମାଳୀ ବାରିକ,ଅଧ୍ୟାପିକା ଚିନ୍ମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଜିର ସମୟରେ ସଂସ୍କୃତ ଭାଷାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହିତ ସଂସ୍କୃତ ଭାଷାରୁ ସମାଜର ସଂସ୍କାରର ଶିକ୍ଷା ମିଳିଥାଏ ବୋଲି କହିଥିଲେ।ଏହି ଅବସରରେ ନବାଗତା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା। ପରେ ସମାଜମ୍ ପ୍ରତି ସଙ୍କୁନ୍ତଳା ନାଟକସ୍ୟ ଦିଗଦର୍ଶନମ୍ ବିଷୟରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଉମାଶଙ୍କର ସାହୁ, ଶୁଭ୍ରାଶୁଂ ନାୟକ, ରଶ୍ମିତା ପ୍ରଧାନ, କାଜଲ ନାୟକ, ନମିତା ଦାସ, ବବିତା ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।
ଖଇରା କଲେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା କଲେଜ ସଂସ୍କୃତ ବିଭାଗର ସେମିନାର ଏବଂ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସଵ ପାଳିତ ହୋଇଯାଇଛି। ଏହି ସେମିନାର ଉତ୍ସବରେ ସଂସ୍କୃତ ବିଭାଗର ନବାଗତା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଉତ୍ସବରେ ଖଇରା କଲେଜର ଅଧ୍ୟକ୍ଷ ଅରୁଣ କୁମାର ପାଢୀ ସଭାପତିତ୍ବ କରିଥିଲେ।
Download Argus News App
