ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷିତ ହୋଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରା ରେ ବିଶ୍ଵ କପକୁ ସହର ପରିକ୍ରମା କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବ୍ୟାଣ୍ଡ ବଜା ବଜାଇ ବିଶ୍ଵ କପ କୁ ସ୍ଵାଗତ କରିଥିଲେ । ସହର ପରିକ୍ରମା ସମୟରେ ଜିଲ୍ଲା ସମସ୍ତ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ । ସହରର ଯୁବକ ମାନଙ୍କ ଦ୍ଵାରା ସମର କଳା ପ୍ରଦର୍ଶିତ ହୋଇଥିଲା ।
କଣ୍ଢେଇ ନାଚ ପରିବେଷିତ ହୋଇଥିଲା । ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ସବୁ ବର୍ଗର ଲୋକ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଲୋକ ନୃତ୍ୟ ରେ ଅଂଶ ଗ୍ରହଣ କରିଥିଲେ । ବିଶ୍ଵ କପକୁ ନବରଙ୍ଗପୁର ସହର ଉପକଣ୍ଠରେ ଥିବା ମାଝିଗୁଡା ଠାରେ କପ କୁ ବିଦାୟ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଜିଲ୍ଲା ଆରକ୍ଷି ଅଧିକ୍ଷକ ଏସ ଶ୍ରୁତି , ଜିଲ୍ଲା ଜରୁରୀକାଳିନ ଅଧିକାରୀ ମୌସୁମୀ ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ , ବିଧାୟକ ସଦାଶିବ ପ୍ରଧାନୀ, ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।