ରତ୍ନବେଦୀରେ ଚତୁର୍ଦ୍ଧା ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଏହା ପୂର୍ବରୁ ମମତା ବଙ୍ଗଳା ଗେଷ୍ଟ ହାଉସ୍ ପାଇଁ ଜାଗା ଦେଖିଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ଜମି ଅନୁଧ୍ୟାନ କରିଥିଲେ ମମତା । ଏହି ଜମିରେ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ କରାଯିବ । ରଥଯାତ୍ରା,ସ୍ନାନଯାତ୍ରା ଓ ବିଭିନ୍ନ ଛୁଟି ସମୟରେ ପୁରୀକୁ ଲକ୍ଷାଧିକ ପଶ୍ଚିମବଙ୍ଗ ଯାତ୍ରୀ ମାନେ ଆସିଥାନ୍ତି ।
ଏହି ସମୟରେ ଏହି ଅତିଥି ଭବନକୁ ସେମାନେ ବ୍ୟବହାର କରିପାରିବେ । ରାଜ୍ୟ ସରକାର କେତେ ପରିମାଣର ଜମି ଦେବେ ତାହା ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସ୍ପଷ୍ଟ ହେବ । ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ଓ ପୁରୀ ହେଉଛି ମୋର ପ୍ରଥମ ଘର ବୋଲି କହିଛନ୍ତି ମମତା । ସେପଟେ ତୃତୀୟ ସାମୁଖ୍ୟକୁ ନେଇ ପ୍ରଶ୍ନର ଉତ୍ତରକୁ ଏଡାଇ ଯାଇଛନ୍ତି ମମତା ।
ଆହୁରି ପଢନ୍ତୁ ଓଡିଶା ଖବର...