ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୁ ଆଇଜି ଅବଗତ କରିଥିଲେ। ତୁମେ ଏଭଳି ନିୟନ୍ତ୍ରଣ କରୁଛ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ତୁମେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ନେବୁ। ଏହା ପୋଲିସର ଚରମ ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ । ତେଣୁ ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ହାଇକୋର୍ଟ ବେଞ୍ଚ ହେବନି । ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ କହିଲେ ସୁପ୍ରିମକୋର୍ଟ । ଯାହା ଟିକେ ଆଶା ଥିଲା, ଏଭଳି ଆଚରଣ ପରେ ସଂପୂର୍ଣ୍ଣ ମଉଳିଗଲା କହିଲେ କୋର୍ଟ । ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜି ପାଇଁ ବେଞ୍ଚ ଦାବି ଖାରଜ କଲେ କୋର୍ଟ । ହାଇକୋର୍ଟ ବେଞ୍ଚ ଅନାବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଅନ୍ୟପଟେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ପରେ ସମ୍ବଲପୁର ଓକିଲ ସଂଘ ସତ୍ୟାଗ୍ରହ ଆନ୍ଦୋଳନ ସାମୁହିକ ଭାବେ ସ୍ଥଗିତ ହୋଇଛି । ଗତକାଲି କମିଟି ବୈଠକରେ ନିଷ୍ପତ୍ତି ନେଇ କ୍ରିୟାନୁଷ୍ଟାନ କମିଟି ଅଧ୍ୟକ୍ଷ ପ୍ରଦିପ ବହିଦାର ସୂଚନ ଦେଇଥିଲେ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ହୋଇ ପୁଣି ପରବର୍ତ୍ତୀ ସମୟରେ ରୁପରେଖ ପ୍ରସ୍ତୁତ କରାଯିବ । ସେପଟେ ଜିଲ୍ଲା ଜଜ କାର୍ଯ୍ୟଳୟ ଅଂଚଳ କଚେରୀ ଛକରେ ଗତକାଲି ଠୁ ୧୪୪ ଧାରା ଜାରି ରହିଛି । ୨୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ସଂଦ୍ଧ୍ୟା ସୁଦ୍ଧା ୧୭ ଜଣ ଓକିଲଙ୍କୁ ଗିରଫ କରାଯାଇଛି ।
ଓଡିଶା ଖବର ଆହୁରି ପଢନ୍ତୁ