ମୁଁ କାହାକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ନାଗ ଚେତାବନୀ ଦେଇଛନ୍ତି ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସନ୍ତୁ, ମୁଁ ପ୍ରସ୍ତୁତ। ମୁଁ ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ। କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି ସେ କହିଛନ୍ତି । ତେବେ ନାଗଫାଶରେ ଫଶିଥିବା ବଡବଡିଆମାନେ କିଏ, ଇଡି ଆଗରେ କାହା ନାଁ ନେବେ ବ୍ଲାକମେଲର ଅର୍ଚ୍ଚନା, ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ଖୋଲିବ କି ମୁଖା, ପାରାୱଫୁଲ୍ ପ୍ରଶାସନିକ ଅଧିକାରୀଙ୍କ ଅସଲ ଚେହେରା ଆସିବ କି ସାମ୍ନାକୁ।
ସେପଟେ ପୁରା ଘଟଣାରେ କମିଶନରେଟ୍ ପୋଲିସର ଘଣ୍ଟଘୋଡା ଅଭିଯାନ ସାମ୍ନାକୁ ଆସିଛି। ପୋଲିସ କହୁଛି ମାନସିକ ଭାରସାମ୍ୟ ହରାଇଛନ୍ତି ଅର୍ଚ୍ଚନା । ପୋଲିସର ଏଇ ବୟାନ ଦ୍ବନ୍ଦ୍ବ ସୃଷ୍ଟି କରୁଛି । ମାନସିକ ଭାରସାମ୍ୟ ହରାଇଛନ୍ତି ନା ଅର୍ଚ୍ଚନାଙ୍କୁ ପାଗଳ ବନାଇଦେବା ପାଇଁ ହୋଇଛି ଷଡଯନ୍ତ୍ର, ପ୍ରଶ୍ନ ହେଉଛି ଏତେ ବଡ଼ କେଳେଙ୍କାରୀ ପରେ ବି କାହିଁକି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇନଥିଲା କମିଶନରେଟ୍ ପୋଲିସ, କାହିଁକି ମାମଲାକୁ ଚାପି ଦେଇଥିଲା ପୋଲିସ, କାହିଁକି ଶ୍ରଦ୍ଧାଞ୍ଜଳି କେବଳ ପିଡୀତା ଭାବେ ଚିତ୍ରଣ କରି ଚାଡିଦେଲା, କାହିଁକି ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଲତାଡ କଲାନାହିଁ କମିଶନରେଟ୍ ପୋଲିସ, କାହିଁକି ଖଗେଶ୍ବରଙ୍କୁ ଗିରଫ ନ କରି ଛାଡିଦେଲା ପୋଲିସ, ଏବ ଅର୍ଚ୍ଚନା କହିଛନ୍ତି ମୁଁ ସମୟକୁ ଅପେକ୍ଷା କରିବି, ଇଡି ତଦନ୍ତ କରୁ।
ମଙ୍ଗଳବାର ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଣଜିତ ବେହେରାଙ୍କୁ ବି ଜେରା କରିଛି ଇଡି। ବୁଧବାର ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ। ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଇଡି। ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିବ। ଅର୍ଚ୍ଚନାକୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।