କେମିତି ହୋଇଥାଏ ଲମ୍ପି ଡିଜିଜ୍ ?
୧ - ରକ୍ତ ଖାଉଥିବା ଟିଙ୍କ କିମ୍ବା ମାଛି କାମୁଡ଼ିଲେ ଗୋଟିଏ ପ୍ରାଣୀ ରୁ ଅନ୍ୟ ପ୍ରାଣୀ କୁ ଏହା ବ୍ୟାପିଥାଏ
୨ - ଏହି ରୋଗରେ ଆକ୍ରାନ୍ତ ଗାଈ ଗୋରୁ ଅନ୍ୟ ମାନଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ
୩ - ଗାଁ ଗହଳି ରେ ଗାଈ ଦୁହିଁବାକୁ ଆସୁଥିବା ଲୋକେ ହାତ ନ ଧୋଇ ବିଭିନ୍ନ ଗାଈ କୁ ଦୁହିଁ ଲେ ଏହି ରୋଗ ବ୍ୟାପୁଛି
ଲମ୍ପି ଡିଜିଜ୍ ହେଲେ କଣ ହୁଏ ?
୧ - ଭାଇରସ ଦ୍ୱାରା ପ୍ରଥମେ ଗାଈ ଗୋରୁ କି ମଇଁଷି ଙ୍କୁ ଜ୍ଵର ହେବ
୨ - ଜ୍ଵର ପରେ ଚର୍ମ ରେ ଗୋଲ ଗୋଲ ବିଣ୍ଡି ଭଳି ହୋଇଯିବ
୩ - ନିମୋନିଆ ବି ହେବା ସହ ଲଙ୍ଗସ୍ ଇନଫକେସନ ହୋଇ ନିଶ୍ୱାସ ପ୍ରଶ୍ଵାସ ନେବାରେ ଗୋ ସମ୍ପଦ ଙ୍କର ଅସୁବିଧା ହୋଇଥାଏ
୪ - ଗାଈ ଖାଇବା ବନ୍ଦ କରି ଦିଏ, ଆସନ୍ନ ପ୍ରସବା ଗାଈ ର ଛୁଆ ବାହାରିଯାଏ
୫ - କ୍ଷୀର ଦେଉଥିବା ଗାଈ ମାନଙ୍କର କ୍ଷୀର ବହୁତ କମି ଯାଏ
୬ - ଗାଈ ଟି ଥରେ ଏହି ରୋଗରେ ଆକ୍ରାନ୍ତ ହେଲେ ବହୁତ ଦିନ ପର୍ଯ୍ୟନ୍ତ ଛୁଆ ରଖିବ ନାହିଁ
ରୋଗର ନିରାକରଣ ପାଇଁ କଣ କରିବାର ଆବଶ୍ୟକ ?
୧ - ଗୋ ମଇଁଷି ରହୁଥିବା ସ୍ଥାନରେ ନିୟମିତ ବିଶୋଧନ କରିବାକୁ ହେବ ଓ ଗୋବର ଗଦା କୁ ସାନିଟାଇଜି କରିବାକୁ ହେବ
୨ - ଗାଈ ଗୁହାଳରେ 2% ସୋଡିୟମ ହାଇପ୍ରୋ କ୍ଲୋରାଇଡ଼ ସ୍ପ୍ରେ କରନ୍ତୁ
୩ - ଗାଈ ଦେହରେ ଟିଙ୍କ ନ ହେବା ପାଇଁ ଆକାରିସାଇଡ଼ିଆଲ ଡ୍ରଗ୍ସ ଲଗାଯାଉ କିମ୍ବା ସ୍ପଟନ ସ୍ପୋରନ ବେକ ପାଖରେ 4 ରୁ 6 ଟୋପା ଲଗାନ୍ତୁ
୪ - ଯିଏ ବି ଗୁହାଳକୁ ଯାଉଛନ୍ତି ହ୍ୟାଣ୍ଡୱାସ୍ ସାନିଟାଇଜର ବ୍ୟବହାର କରନ୍ତୁ
୫ - ଯେଉଁ ଗାଈ ଦେହରେ ରୋଗ ଚିହ୍ନଟ ହେଉଛି ତାଙ୍କୁ ପୃଥକ ବାସ ରେ ରଖିବାକୁ ହେବ ସହ ଚିକିତ୍ସା କରନ୍ତ
୬ - ଯେଉଁ ଗାଈ ଗୋରୁ ଏହି ରୋଗରେ ମରି ଯାଉଛନ୍ତି ସେମାନଙ୍କୁ ବାହାରେ ନ ଫୋପାଡ଼ି ଲୁଣ ଦେଇ ପୋତି ଦିଅନ୍ତୁ
୭ - ଆନ୍ତରାଜ୍ୟ ଗୋ ମଇଁଷି ପରିବହନ ଉପରେ କଟକଣା ଲଗାଯିବା ଦରକାର
୮ - ପ୍ରାଣୀମେଳା ଓ ପ୍ରଦର୍ଶନୀ ଉପରେ ରୋକ ଲଗାଯିବା ଦରକାର
ବର୍ତ୍ତମାନ ଛତିଶଗଡ଼ ଭଳି ଆମ ର ପ୍ରାୟ ସବୁ ପଡୋଶୀ ରାଜ୍ୟରେ ଏହା ହେବେ ହୋଇ ଯାଇଛି । ଦେଶରେ ପ୍ରାୟ 20 ଟି ରାଜ୍ୟ ଏହି ଭାଇରସ ଦ୍ୱାରା ପ୍ରଭାବିତ ହେଲେଣି । ପ୍ରାୟ 60 ହଜାର ଗାଈ ଗୋରୁ ଏହି ରୋଗରେ ବର୍ତ୍ତମାନ ସୁଦ୍ଧା ମରି ଗଲେଣି । ଆମେ ସଚେତନ ହେବ ଦରକାର ।