ପ୍ରଥମେ ରାଜ୍ୟ ସରକାର ଏଭଳି ଉଦବେଗଜନକ ସ୍ଥିତି ସୁଧାରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଜପତିରେ ନଗଡାର ପ୍ରତିଛବି।ଆର ଉଦୟଗିରି ବ୍ଲକର ପୁରୁଣି ଗାଁରେ ଅପପୁଷ୍ଟିର ଶିକାର ଏହି ଦୁଇ ଭାଇ ଜୀବନ ସହ ସଂଗ୍ରାମ କରୁଛନ୍ତି।ଗୋଟିଏ ପଟେ ସରକାର ପୁଷ୍ଟିକର ଖାଦ୍ୟ ଅଙ୍ଗନବାଡି ଜରିଆରେ ଦେଉଥିବା କହୁଥିଲା ବେଳେ ପୁଷ୍ଟିକର ଛତୁଆ ଓ ଅଣ୍ଡା ମଧ୍ୟ ପିଲାଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି ।
ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ ଅନୁସାରେ, ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା ହୋଇଥାନ୍ତି। ସେହିପରି 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ରହିଛନ୍ତି । ଆଶ୍ଚର୍ଯ୍ୟକର କଥା, ଓଡ଼ିଶାରେ ଥିବା ଗେଡା ପିଲା ସଂଖ୍ୟା ଉଗାଣ୍ଡା ସହ ସମାନ । ରାଜ୍ୟରେ ଅପପୁଷ୍ଟିରୁ 34 ପ୍ରତିଶତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥାର ବିକାଶ ହେଉନି। ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ 1ରୁ 19 ବର୍ଷ ବୟସର 50 ପ୍ରତିଶତ ରକ୍ତହୀନତାର ଶିକାର ହେଉଥିବା ବେଳେ 9.5 ପ୍ରତିଶତ ପିଲାଙ୍କ ନିକଟରେ ରୋଗ ପ୍ରତିରୋଧ ଶକ୍ତି କମିଥାଏ।
ମାଲାକାନାଗିରିରେ ଅପପୃଷ୍ଟିର ଶିକାର ଶିଶୁ ଯେତେବେଳେଏନସେଫାଲାଇଟିସରେ ଆକ୍ରାନ୍ତ ହେଲେ ସେତେବେଳେ ରୋଗ ପ୍ରତିରୋଧକ ଶକ୍ତି କମ କାରଣରୁ କଡା ମେଡିସିନ ଖାଇବା ପରେ ବି ଏହାର ମୁକାବିଲା କରିପାରିଲେ ନାହିଁ ।2036 ବେଳକୁ ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ଯାହା ୨୨ ବର୍ଷରେ ହେଲାନି ତାହା 14 ବର୍ଷରେ ହୋଇପାରିବ ତ ? 100 ବର୍ଷର ଓଡ଼ିଶାରୁ ଅପପୁଷ୍ଟି ରୂପକ ରାକ୍ଷସ ହଟି ସାରିଥିବ ତ ?