ଅଧିକ ପଢନ୍ତୁ: ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ
ଖୁବ ଶୀଘ୍ର ଅନ୍ୟ ଦୁଇ ଯୁବତୀଙ୍କୁ ପଚରାଉଚରା କରିବ ଖାରବେଳ ନଗର ଥାନା ପୋଲିସ । ସମ୍ପୃକ୍ତ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । ତ୍ରିକୋଣୀୟ ପ୍ରେମରେ ଏବେ ଆଉ ଜଣେ ଯୁବତୀଙ୍କ ଏଣ୍ଟ୍ରି ହୋଇଛି । ଆଜେକ୍ସ ଓ ପ୍ରେମିକାଙ୍କ ଜବତ ମୋବାଇଲ୍ ରୁ ଡିଲିଟ୍ ହୋଇଥିବା ଫଟୋ, ଭିଡିଓ ଓ ମେସେଜ୍ ଚାର୍ଟରୁ ହିଁ ଜଣାପଡିବ ଆତ୍ମହତ୍ୟାର ରହସ୍ୟ ।
ଅଧିକ ପଢନ୍ତୁ: ଟ୍ରାଙ୍ଗୁଲାର ଲଭ୍ ଷ୍ଟୋରୀରୁ ଡେଥ୍ ମିଷ୍ଟ୍ରି
ରାଜଧାନୀର ଜଣାଶୁଣା ଡିଜିଟାଲ ଜକି ଅକ୍ଷୟ କୁମାର ଓରଫ ଆଜେକ୍ସଙ୍କ ଆତ୍ବହତ୍ୟା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ ଏଯାଏ ହୋଇପାରିନି। ଗତ ଶନିବାର ସନ୍ଧ୍ୟାରେ ସେ ତାଙ୍କ ଖାରବେଳନଗର ସ୍ଥିତ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବା ପରଠାରୁ ଏହାପଛରେ ଥିବା କାରଣକୁ ନେଇ ପରିବାର ଲୋକେ ଓ ତାଙ୍କ ଦୁଇ ସାଙ୍ଗ ପୋଲିସକୁ ବହୁ ତଥ୍ୟ ଦେଇସାରିଛନ୍ତି। ପ୍ରଥମେ ଆଜେକ୍ସଙ୍କ ବାନ୍ଧବୀ ଏବଂ ତାଙ୍କ ପୁରୁଷ ବନ୍ଧୁ କେଉଁଆଡେ ପଳାଇଯାଇଥିବାରୁ ୩ଦିନ ହେଲା ପୋଲିସ ସେମାନଙ୍କୁ ଖୋଜୁଥିଲା।
ଅଧିକ ପଢନ୍ତୁ: ଶ୍ଵାସ ରୁଦ୍ଧ ହୋଇ ମୃତୁ ହୋଇଥିବା ପୋଷ୍ଟ ମୋଟମ ରିପୋର୍ଟରେ ଉଲେଖ
ଗତ ମଙ୍ଗଳବାର ଆଜେକ୍ସଙ୍କ ପ୍ରେମିକାଙ୍କୁ ୩ ଘଣ୍ଟା ଜେରା କରିଛି ପୋଲିସ । ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଘରକୁ ଯାଇ ପୋଲିସ ତାଙ୍କୁ ପଚରାଉଚରା କରିଛି। ବିଭିନ୍ନ ଦିଗକୁ ନେଇ ଟିମ ତାଙ୍କୁ ପଚରାଉଚରା କରିଛି। କେବେ ଏହି ରହସ୍ୟ ଉପରୁ ପରଦା ହଟୁଛି ଦେଖିବାକୁ ବାକି ରହିଲା ।
ଅଧିକ ପଢନ୍ତୁ: ଡିଜେ ଆଜେକ୍ସ ଆତ୍ମହତ୍ୟା ରହସ୍ୟ